ଅଣୁଗଳ୍ପ:-ବଟା ଲୁଣ ହଷ୍ଟେଲକୁ ଯିବା ପୂର୍ବଦିନ ଘରେ ବଟା ହ | ଓଡ଼ିଆ ଜୀବନ କାହାଣୀ

"ଅଣୁଗଳ୍ପ:-ବଟା ଲୁଣ ହଷ୍ଟେଲକୁ ଯିବା ପୂର୍ବଦିନ ଘରେ ବଟା ହେଉଥିଲା ଲୁଣ। ଗୋଟା ଲୁଣ ସାଙ୍ଗରେ ଶୁଖିଲା ଲଙ୍କା,ଅଦା,ରସୁଣ ଆଦି ଦେଇ ଘରେ ଥିବା ଶିଳରେ ବୋଉ ଚିକ୍କଣ କରି ଲୁଣ ବାଟିଦିଏ। ଲୁଣଟା ନାଲି ଦେଖାଯାଇ ପୁରା ଚାରିଆଡେ ମହମହ ବାସୁଥାଏ। ଘରେ ରନ୍ଧା ହୋଇଥିବା ମାଣ୍ଡିଆ ଜାଉ ଖାଇଲାବେଳକୁ ଏ ଲୁଣ ଟିକେ ମିଶେଇ ଦେଇ ଖାଇଲେ ନା ତାର ସ୍ବାଦ ଖୁବ୍ ବଢିଆ ଲାଗେ,ମୁଁ ତ ଜାଉକୁ ଆପୁରି ଆପୁରି ଖାଇଦିଏ। ଆଉ କରଡ ଦିନରେ ଏହାର ଡିମାଣ୍ଡ ପୁରା ବଢିଯାଏ। ଛୋଟ ଛୋଟ ଚଞ୍ଚା ହୋଇ ସିଝା ହୋଇଥିବା କରଡରେ ଏ ଲୁଣ ଜୁଆଇ ଖିଆହୁଏ। ବଟା ହୋଇଥିବା ଲୁଣକୁ ଗୋଟେ ବଡ ପଲିଥିନ୍ ରେ ବନ୍ଧା ହୋଇ ହଷ୍ଟେଲ ଯାଏ। ହଷ୍ଟେଲରେ ସେ ଲୁଣକୁ ଲୁଚେଇ ଲୁଚେଇ ଖିଆହୁଏ। ଏମିତି ଖିଆ ହେବାର କାରଣ ଯେ,ଯୋଉ ପିଲା ଦେଖିଲେ ନା ଏ ଲୁଣ ମାଗିବାଟା ବାଧ୍ଯ। ଆଉ ମୁଁ କାହାକୁ ଦେବାକୁ ମନା କରିପାରେନା। ସେତେବେଳକୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପଖାଳ ଦିଆଯାଉଥିଲା,ଏ ଲୁଣ ସାଙ୍ଗକୁ ପଖାଳର କମ୍ବିନେସନ ଢେର ଜମୁଥିଲା। କୌଣସି ଭଜା କି ତରକାରୀ ସବୁ ତା ଆଗରେ ଫିକା ପଡି ଯାଉଥିଲା। ଦିନେ ମୋର ସିନିୟର ଭାଇ ଏ ବଟା ଲୁଣ ନେଇ ଖାଇବା ପରେ ମୋତେ ଧମକ ଦେଇ କହିଲା,ଏଇ ବଟା ଲୁଣର ପଲିଥିନ ଦେଇ ଦେ... ମୁଁ କିନ୍ତୁ ତାକୁ ଦେବା ପାଇଁ ସିଧା ରୋକଠୋକ୍ ମନା କରିଦେଲି। ତା ପରଦିନ ଅଜବ ଘଟଣାଟି ଘଟିଥିଲା। ମୋର କାଠ ବାକ୍ସର ତାଲା ଭାଙ୍ଗି ମୋର ଜିନିଷ କେହି ଚୋରି କରି ନେଇ ଯାଇଥିଲା। ଶେଷରେ ଭଙ୍ଗାବାକ୍ସ ଖୋଲି ମୁଁ ଗୋଟି ଗୋଟି କରି ସବୁ ଜିନିଷ ପରଖିଲି।ସବୁ ଠିକଠାକ୍ ଥିଲା ହେଲେ, ସେଇ ପଲିଥିନରେ ବନ୍ଧା ହୋଇଥିବା ବଟା ଲୁଣ ମିଳୁନଥିଲା। #ନଷ୍ଟାଲଜିକ୍ କପିରାଇଟ୍:-ତ୍ରିଲୋଚନ କାର୍ଯୀ ©Trilochan Karjee "

ଅଣୁଗଳ୍ପ:-ବଟା ଲୁଣ ହଷ୍ଟେଲକୁ ଯିବା ପୂର୍ବଦିନ ଘରେ ବଟା ହେଉଥିଲା ଲୁଣ। ଗୋଟା ଲୁଣ ସାଙ୍ଗରେ ଶୁଖିଲା ଲଙ୍କା,ଅଦା,ରସୁଣ ଆଦି ଦେଇ ଘରେ ଥିବା ଶିଳରେ ବୋଉ ଚିକ୍କଣ କରି ଲୁଣ ବାଟିଦିଏ। ଲୁଣଟା ନାଲି ଦେଖାଯାଇ ପୁରା ଚାରିଆଡେ ମହମହ ବାସୁଥାଏ। ଘରେ ରନ୍ଧା ହୋଇଥିବା ମାଣ୍ଡିଆ ଜାଉ ଖାଇଲାବେଳକୁ ଏ ଲୁଣ ଟିକେ ମିଶେଇ ଦେଇ ଖାଇଲେ ନା ତାର ସ୍ବାଦ ଖୁବ୍ ବଢିଆ ଲାଗେ,ମୁଁ ତ ଜାଉକୁ ଆପୁରି ଆପୁରି ଖାଇଦିଏ। ଆଉ କରଡ ଦିନରେ ଏହାର ଡିମାଣ୍ଡ ପୁରା ବଢିଯାଏ। ଛୋଟ ଛୋଟ ଚଞ୍ଚା ହୋଇ ସିଝା ହୋଇଥିବା କରଡରେ ଏ ଲୁଣ ଜୁଆଇ ଖିଆହୁଏ। ବଟା ହୋଇଥିବା ଲୁଣକୁ ଗୋଟେ ବଡ ପଲିଥିନ୍ ରେ ବନ୍ଧା ହୋଇ ହଷ୍ଟେଲ ଯାଏ। ହଷ୍ଟେଲରେ ସେ ଲୁଣକୁ ଲୁଚେଇ ଲୁଚେଇ ଖିଆହୁଏ। ଏମିତି ଖିଆ ହେବାର କାରଣ ଯେ,ଯୋଉ ପିଲା ଦେଖିଲେ ନା ଏ ଲୁଣ ମାଗିବାଟା ବାଧ୍ଯ। ଆଉ ମୁଁ କାହାକୁ ଦେବାକୁ ମନା କରିପାରେନା। ସେତେବେଳକୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପଖାଳ ଦିଆଯାଉଥିଲା,ଏ ଲୁଣ ସାଙ୍ଗକୁ ପଖାଳର କମ୍ବିନେସନ ଢେର ଜମୁଥିଲା। କୌଣସି ଭଜା କି ତରକାରୀ ସବୁ ତା ଆଗରେ ଫିକା ପଡି ଯାଉଥିଲା। ଦିନେ ମୋର ସିନିୟର ଭାଇ ଏ ବଟା ଲୁଣ ନେଇ ଖାଇବା ପରେ ମୋତେ ଧମକ ଦେଇ କହିଲା,ଏଇ ବଟା ଲୁଣର ପଲିଥିନ ଦେଇ ଦେ... ମୁଁ କିନ୍ତୁ ତାକୁ ଦେବା ପାଇଁ ସିଧା ରୋକଠୋକ୍ ମନା କରିଦେଲି। ତା ପରଦିନ ଅଜବ ଘଟଣାଟି ଘଟିଥିଲା। ମୋର କାଠ ବାକ୍ସର ତାଲା ଭାଙ୍ଗି ମୋର ଜିନିଷ କେହି ଚୋରି କରି ନେଇ ଯାଇଥିଲା। ଶେଷରେ ଭଙ୍ଗାବାକ୍ସ ଖୋଲି ମୁଁ ଗୋଟି ଗୋଟି କରି ସବୁ ଜିନିଷ ପରଖିଲି।ସବୁ ଠିକଠାକ୍ ଥିଲା ହେଲେ, ସେଇ ପଲିଥିନରେ ବନ୍ଧା ହୋଇଥିବା ବଟା ଲୁଣ ମିଳୁନଥିଲା। #ନଷ୍ଟାଲଜିକ୍ କପିରାଇଟ୍:-ତ୍ରିଲୋଚନ କାର୍ଯୀ ©Trilochan Karjee

ବଟାଲୁଣ

People who shared love close

More like this

Trending Topic