ତୋ ପାଇଁ ଜହ୍ନ ତୋଳି ଦେଇ ନ ପାରିବାର
ବିବଶତା ମୋତେ ବାର ବାର ଘାରେ,,,
କିନ୍ତୁ ଆଜି ଦରିଆକୁ ସାକ୍ଷୀ ରଖି
ଖୋଲା ଆକାଶ ତଳେ,,,ଗୋଧୂଳି ଲଗନେ,,,
ମୋ ପ୍ରେମର ଇସ୍ତାହାର ପାଇଁ
ତୋ ଆବିଳ ଶୂନ୍ୟ ମୁଖମଣ୍ଡଳରେ
ଅରୁଣ ରାଗର ରକ୍ତିମ ଆଭାରେ
ଅସ୍ତାଚଳେ ମୋ ହିଆର ଉଦିତ ସୂର୍ଯ୍ୟ ତୋତେ ସମର୍ପିଲି ।
ଖାସ୍ ଏଇଥି ପାଇଁ
କାଳ କାଳ ପାଇଁ ତୁ
ଉଇଁ ଚାଲିଥିବୁ ମୋ ପ୍ରାଣରେ
ଫି ରାତିର ତମସା ଉତ୍ତାରୁ..
©ଦେବବ୍ରତ ଜେନା
#tereliye