ଆସିଲୁ ଯେବେ ତୁ ମୋ କୋଳକୁ
ମୋର ଗେଲ୍ହି ରାଜକୁମାରୀ,
ଚାହିଁ ଦେଲେ ମୁହଁ ତୋର
ମୋ ମନ ଯାଏ ତୋ ପୁରି ।
ତତେ ପାଇ, ପାଇଛି ଯେ ମୁଁ
ସତେ କୁବେର ଧନ,
ତତେ ଟିକେ କୋଳେଇ ନେଲେ
ଆଉ ତୋ କିଛି ଚାହେଁନି ଏ ମନ ।
ଯିଏ ଆସି ଚାହେଁ ତୋ ମୁହଁ
ଲାଗେ ତୋ ମୋତେ ଭାରି ଡର,
କାଳେ କିଏ ସେ ଆସି
ପକେଇବ ତାର ନଜର ।
ମୋ ମମତା ଅଗଣା ରେ
ତୁ କସ୍ତୁରୀ ମୋହକ ପରି,
ତୋ ପାଦପଦ୍ମ ପଡ଼ି ଏ କୁଡିଆ ରେ
ଆଜି ରାଜଉଁଆସ ସୁଖ ଯାଇଛି ଭରି ।
©Lili Dey
Baby girl