ମଣିଷ ନିଜ ଲୋକଙ୍କୁ ହିଁ ଧୋକା ଦିଏ, ଚିହ୍ନା ଲୋକର ଭାବନା ସହ ହିଁ ଖେଳେ।
ଅଜଣା ଲୋକର ଦୁର୍ବଳତାକୁ ସେ ଜାଣେନି,ନିଜ ଲୋକର ବିଶ୍ୱାସକୁ ସବୁ ଦିନ ଜିତିବି ପାରେନି।କାହିଁକି ସେ ଏମିତି କରେ,ବିଶ୍ଵାସରେ ବିଷ ଭରେ।ଭୁଲ୍ କୁ ତାର ଯେତେ କ୍ଷମା କଲେବି,ସେ କ୍ଷମାର ସୁଯୋଗରେ ନୂଆ ଭୂଲ ଗୋଟେ ଗଢେ।କାହିଁକି ତାକୁ କିଏ ବୁଝେଇବା,ତାକୁ ଭାଷଣ ଦେଲା ପରି ଲାଗେ,
କାହିଁକି ଟଙ୍କା ତାକୁ ସମ୍ପର୍କ ଠାରୁ ଅଧିକ ନିଜର ଲାଗେ ।ତାର ସବୁ ମିଛକୁ ସତ ଭାବୁଥିବା ,
ତାକୁ ଭଲରୁ ଭଲ କରି ଗଢ଼ିବାକୁ ଚେଷ୍ଟା କରୁଥିବା ଲୋକଠୁ,କିଛି ଦିନର ଆକର୍ଷଣ ନିଜର ଲାଗେ।
ଆକର୍ଷଣ କଣ ପ୍ରେମଠୁ ବଡ଼? ଯେ ମଣିଷ ରକ୍ତ ମାଂସରେ ଗଢା ଶରୀରକୁ ଦେଖି,କିଛି ପଦ ମିଠା କଥାରେ ଏତେ ବର୍ଷର ସମ୍ପର୍କକୁ ଭାଙ୍ଗେ । ସେ ପ୍ରକୃତରେ ନିଜ ଲୋକଙ୍କୁ ନୁହେଁ ବରଂ ନିଜକୁ ହିଁ ଧୋକା ଦିଏ।ନିଜ ଭାବନା ସହ ସେ ଖେଳେ,ନିଜ ସାମର୍ଥ୍ୟ ଠାରୁ ସେ ଦୂରେ। ନିଜ ଜୀବନକୁ ନିଜ ହାତରେ ଭାଙ୍ଗେ,ମିଛ ଅଭିନୟ କରେ ସେ ନିଜ ସାଙ୍ଗେ।
©Swagatika Das