ମନ ଅଗଣା ଆଜି ବାସ୍ନାୟିତ
ଅଜଣା ସେଇ ଫୁଲର ଆଗମନରେ ...
ସାରା ପୃଥିବୀଟା ଆଜି ରଙ୍ଗାୟିତ
ଅଲିଭା ସେଇ ରଙ୍ଗର ତୁଳିରେ ...
ନୟନ ଯୁଗଳ ଆଜି ସମ୍ମୋହିତ
ଅକଳ୍ପନୀୟ ସେଇ ରୂପ ସୌନ୍ଦର୍ଯ୍ୟରେ .....
ମୁଖ ମଣ୍ଡଳ ଆଜି ପ୍ରସ୍ଫୁଠିତ
ଅଛୁଆଁ ସେଇ ଭାବନାର ଢେଉରେ . ...
ଏ ହୃଦୟ ଆଜି ଦୋଳାୟିତ
ଅକୁହା ସେଇ କବିତାର ସ୍ୱଳ୍ପ ଶବଦରେ ........
ପ୍ରେମିକ ଆଜି ନିର୍ବାସିତ
ଅଜନ୍ମା ସେଇ ନାୟିକାର ସନ୍ଧାନରେ ....
©Prashanta Kumar Sahu
#GoldenHour