ସ୍ଵାଗତ ନବ ବରଷ ୨୦୨୩
🍁🍁🍁🍁🍁🍁🍁🍁
ଜନମ ହେଲେ ତ ମୃତ୍ୟୁ ସୁନିଶ୍ଚିତ
ମୃତ୍ୟୁ ହେଳା ପରେ ଜନମ।
ବ୍ରହ୍ମାଣ୍ଡ ର ଏହା ଘଟେ ସତ୍ୟା ସତ୍ୟ
ରହିଛି ବିଧି ର ବିଧାନ।
ସୁରଜ ଊଇଁଲେ ହୁଅଇ ସକାଳ
ଅସ୍ତ ହେଲେ ତ ଦିନ ଶେଷ।
ଅସ୍ତ ହେଲା ପରେ ଜହ୍ନ ର ଆଗମ
ରାତ୍ରି ର ପୁଣି ଅବକାଶ।
ଜନମୁ ବୟସ ବଢ଼ି ବଢ଼ି ଯାଏ
ଯାଏ ଆୟୁଷ ଘଟି ଘଟି।
ଆୟୁଷ ଶେଷରେ ଜୀବନ ର ଅସ୍ତ
ବିଧିରେ ଥାଏ ପରିପାଟୀ।
ଜୀବନ ର ଆଉ ଏକ ବର୍ଷ ଘଟେ
ଯେବେ ନବ ବରଷ ଆସେ।
ପୁରୁଣା ଶ୍ରୁତି କୁ ପଛ ରେ ପକାଏ
ମନେ ନବ ଚେତନା ବାସେ।
କେତେ ଇଚ୍ଛା ମନେ ରହିଯାଇ ଥାଏ
କିଛି ତ ଅନିଚ୍ଛା ରେ ମିଲେ।
କିଛି ସାଥୀ ଛାଡ଼ି ଗଲେ ତ ରାସ୍ତାରେ
କେତେ ଯୋଡନ୍ତି ନିଜ ମେଳେ।
କିଛି ରାଗିଥିଲେ କିଛି ଖୁସିଥିଲେ
କେତେ ଯୋଡ଼ି ତ ଭୁଲିଗଲେ।
କାହାର ମନର ସୃତିରେ ଏବେବି
କେତେ ରାସ୍ତେ ବାହୁଡି ଗଲେ।
କେତେତ ଅଜଣା ସାଥୀଥିଲେ ବାଟେ
କେତେ ଥିଲେ ବହୁ ଦୁଃଖରେ ।
କେତେ ଦୁଃଖ ସହି ରୂପାନ୍ତର ହେଇ
କାଟନ୍ତି ଜୀବନ ସୁଖରେ।
©Sri batsa Meher
ସ୍ଵାଗତ ନବ ବରଷ 2023
wish U Happy New Year 2023
नया साल मुबारखो मेरे सारे दोस्तों को
( part - 1 )