ଲୁହ
ମୁଁ ଯୁଝୁଥିବି, ହାରୁଥିବି ପୁଣି ଝୁରୁଥିବି l
ତୁ ବି ଏମିତି ଝରୁଥା l
ଏଇ ଅଲୋଡ଼ା ଚେହେରା ତଳେ
ବିନା ରେଣ୍ଟ୍ ରେ ବସା ବାନ୍ଧି ରହିଥା l
କିନ୍ତୁ ଗୋଟାଏ ସର୍ତ୍ତ,
ସେ ତୋର ଦୁଷ୍ଟାମି ହେଉ କି ପାଗଳାମି ହେଉ,
ମୋ ବିନା ଅନୁମତି ରେ ମୋ ଗାଲ ହେଉ କି ଓଠ କୁ କରିବୁନି ସ୍ପର୍ଶ l
ନଚେତ୍ ହସି ହସି ସମାଜ କହିବ
"ଏଇ ଦେଖ କାନ୍ଦୁଛି ପୁରୁଷ l"
Kartik
©Kartikeswar Jena
#CrescentMoon