ଡେଣା ଟିଏ ଖଞ୍ଜି ଦେବା ପରେ
ସମସ୍ତ ପକ୍ଷୀ କ'ଣ
ନୀଡ଼କୁ ଫେରନ୍ତି ?
ନୀଳ ଆକାଶରେ କିଛି ହଜି ଯାଆନ୍ତି
ଉଡ଼ି ଯାଆନ୍ତି କିଛି ଅନେକ ଦୂର
କିଛି ଭୁଲିଯାଆନ୍ତି ଅତୀତକୁ
ବର୍ତମାନର କ୍ଷଣସ୍ଥାୟୀ ଇନ୍ଦ୍ରଧନୁର ଆକର୍ଷଣରେ
ତଥାପି ଜଗିଥାଏ ଭାବୁକ ଆତ୍ମା ଟିଏ ନୀଡ଼କୁ
ଆଉକିଛି ପକ୍ଷୀଙ୍କ ଦେହରେ
ଖଞ୍ଜି ଦେବାକୁ ଡେଣା ଟିଏ ।।
©Tafizul Sambalpuri
#କବିତା