English
खामोश रहते कुछ हासिल नहीं होगा बोलें अपने दिल की बातें YouTube id https://youtu.be/uZyC_sPFr7k 9439221989 Sambalpur Odisha Sambalpur Odisha
ଡେଣା ଟିଏ ଖଞ୍ଜି ଦେବା ପରେ ସମସ୍ତ ପକ୍ଷୀ କ'ଣ ନୀଡ଼କୁ ଫେରନ୍ତି ? ନୀଳ ଆକାଶରେ କିଛି ହଜି ଯାଆନ୍ତି ଉଡ଼ି ଯାଆନ୍ତି କିଛି ଅନେକ ଦୂର କିଛି ଭୁଲିଯାଆନ୍ତି ଅତୀତକୁ ବର୍ତମାନର କ୍ଷଣସ୍ଥାୟୀ ଇନ୍ଦ୍ରଧନୁର ଆକର୍ଷଣରେ ତଥାପି ଜଗିଥାଏ ଭାବୁକ ଆତ୍ମା ଟିଏ ନୀଡ଼କୁ ଆଉକିଛି ପକ୍ଷୀଙ୍କ ଦେହରେ ଖଞ୍ଜି ଦେବାକୁ ଡେଣା ଟିଏ ।। ©Tafizul Sambalpuri
Tafizul Sambalpuri
13 Love
White ସବୁ କ'ଣ ଲେଖି ହୁଏ ମୁଁ ଲେଖେ ତଥାପି ସବୁ କ'ଣ କହି ହୁଏ ମୁଁ କହେ ତଥାପି ନଦୀର ଦୁଇ କୂଳ କ'ଣ କବେ ମିଶେ ନଦୀ ବୋହେ ତଥାପି ସବୁ କବିତା କ'ଣ ମନକୁ ଛୁଏଁ ମୁଁ ଭାବେ ତଥାପି ତଥାପି, ବ୍ୟାକୁଳ ହୋଇ ବାରମ୍ବାର ପ୍ରଶ୍ନ ପଚାରେ ମତେ ନିର୍ବୋଧ ଭାବେ ଆଉ କିଛି ବାକି ରହିଛି କି ? ସବୁ ପ୍ରଶ୍ନର ଉତ୍ତର କ'ଣ ମିଳେ ମୁଁ ଖୋଜି ଚାଲେ ତଥାପି ।। ©Tafizul Sambalpuri
12 Love
ଗୋଟିଏ ବିରାଟ ପ୍ରଶ୍ନ ତୁମେ କେମିତି ଅଛ ଗୋଟିଏ ସଂକ୍ଷିପ୍ତ ଉତ୍ତର ତଥାପି ବଞ୍ଚିଛି ତୁମେ ଆଉ କିଛି ପଚାରନି କାରଣ ମୁଁ ଏହାପରେ ସମ୍ପୁର୍ଣ୍ଣ ନିରୁତ୍ତର ଖଣ୍ଡେ ଶରୀରର ଚାଖଣ୍ଡେ ସ୍ବପ୍ନ ଦୀଗବଳୟ ପର୍ଯ୍ୟନ୍ତ କାହିଁ କେତେ ଦୂର ସେ ସ୍ବପ୍ନର ଅଭେଦ୍ୟ ଦୁର୍ଗ ପାହୁଣ୍ଡେ ପାହୁଣ୍ଡେ ଚାଲୁଛି ପାଦ ମୋର । ©Tafizul Sambalpuri
15 Love
White ମଲାଟ ମୁଁ ଗୋଟେ ସୁରକ୍ଷା କବଚ ପୁଳାଏ ଫର୍ଦ୍ଦ ମାନଙ୍କର ଯେଉଁଠି ଶାନ୍ତିରେ ବିଶ୍ରାମ ନିଅନ୍ତି ହଜାର ହଜାର ଶବ୍ଦ । ମୁଁ ଧୂଳିକୁ ମାଖେ ମୁଁ ଅଳନ୍ଧୁକୁ ବୋଳି ହୁଏ ମୁଁ ଜଗି ରହେ ଗୋଟିଏ କାହାଣୀକୁ ଗୋଟିଏ ପ୍ରେମିକର ଭାବନାକୁ ଗୋଟିଏ ପେଟର ଭୋକକୁ ଗୋଟିଏ ଜାତିର ଇତିହାସକୁ । ଶବ୍ଦ ମାନଙ୍କ ସହ ବେଳେ ବେଳେ ମୁଁ ସାଇତି ରଖେ ଦୁଇ ଟୋପା ଲୁହକୁ ହୃଦୟର କୋହକୁ ଗୋଟିଏ ଗୋଲାପ ଫୁଲକୁ ଗୋଟିଏ ଅଭୂଲା ସ୍ମୃତିକୁ । ଅନେକ ରଙ୍ଗ ବୋଲାହୁଏ ମୋ ଉପରେ ଆକର୍ଷିତ କରିବା ପାଇଁ ଅନ୍ୟମାନଙ୍କୁ କଛି ନାମକରଣ ମଧ ହୁଏ ମତେ ସମସ୍ତେ ଦେଖନ୍ତି ତା ପରେ ଯାଇ ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାନ୍ତି । ମଲାଟ ହେବା କ'ଣ ଏତେ ସହଜ ଆଶ୍ରିତ ଶବ୍ବମନଙ୍କୁ ଆଶ୍ୱାସନା ଦେବା ଥୟ ଧର ଥୟ ଧର ଗୋଟିଏ ମଣିଷ ନିଶ୍ଚୟ ଆସିବ ତୁମ ସହ ବାର୍ତ୍ତାଳାପ କରିବ ତୁମକୁ ପଢ଼ିବା ପରେ ଭାବ ବିହ୍ୱଳ ହୋଇ ଛାତିରେ ଚାପି ଧରିବାକୁ ।। ©Tafizul Sambalpuri
White ଧଳା ଚାଦର ସାଉଁଟି ନେଲି ଯାହା ତାହା କେବଳ ସ୍ମୃତି ଟିକକ ଆଉ ଯାହା ମୋର ଥିଲା ହାତମୁଠାରୁ ଖସିଗଲା ଜୀବନଟା ନାଟକ ବୋଲି ଜାଣିଥିଲି ଅଭିନୟ କଲାପରେ ଅଭାବଟା ଜଳ ଜଳ ହୋଇ ଦେଖାଗଲା କିଏ ନେଇ ପାରିଛି ମୁଠାଏ ଆୟୁଷକୁ ଆତ୍ମା ଶରୀର ବଦଳାଇଲା ବୋଲି ପାଉଁଶ ରୂପ ନେଉଁ ନେଉଁ ମୋର ସବୁ ଗର୍ବ ଅହଙ୍କାର ପୋଡିଗଲା ତୁମର ମୋର କଥା ଥିଲା ବୋଧେ ଏତିକି ମାଟିରେ ମିଶିବା ପରେ ଜାଣିଲି ଜୀବନ ଜୀବନ ବୋଲି ଯେତେ ଧାଇଁଲି ଶେଷରେ ଜୀବନଟା ଧଳା ରଙ୍ଗର ଚାଦର ପାଲଟିଗଲା ।। ©Tafizul Sambalpuri
18 Love
ଗୋଟିଏ ନାଆର ଦୁଃଖ ଲଢ଼ିବାକୁ ହୁଏ ତାକୁ ସବୁଦିନ ସେଇ ସମୁଦ୍ର ସହିତ ଯେଉଁଠି ସେ ରହେ । କେତେ ଝଡ଼ କେତେ ଝଞ୍ଜା କେତେ ଜଞ୍ଜାଳ ନିତିଦିନ ମଥାକୁ ନୁଆଁଇ ସବୁ ସହେ ତାର ସଂସାର କେବେ ଭାଙ୍ଗେ କେବେ ସମୁଦ୍ର ଗର୍ଭରେ ଲୀନ ହୁଏ ତଥାପି ସେ ସେଠି ରହେ । ପଥ ବଡ଼ ଜଟିଳ ତଥାପି କେବେ ଗୀତ ତ କେବେ ସେ କବିତା ଲେଖେ ଜୁଆର ସହ ଲଢ଼ି ନିତି ନଇଁ ଯାଉଥିବା ସୂର୍ଯ୍ୟ ସହ ଅନ୍ତରଙ୍ଗ ଆଳାପ ମଧ୍ୟରେ ସବୁ ଅନ୍ତର୍ଦାହକୁ ଲୁଚାଏ ତଥାପି ସେ ସେଠାରେ ରହେ । ସେ ଜାଣେ, ତାର ଜନ୍ମ ନିଜପାଇଁ ନୁହେଁ ଜନ୍ମ ସାର୍ଥକ କରିବାକୁ ପିଠିରେ ବୋଝ ବୋହି ଲୁହକୁ ପିଏ ଶେଷରେ ସେ ସମାଧି ନିଏ ତଥାପି ସେ ସେଠାରେ ରହେ ।। ©Tafizul Sambalpuri
14 Love
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here