White
ମଲାଟ
ମୁଁ ଗୋଟେ ସୁରକ୍ଷା କବଚ
ପୁଳାଏ ଫର୍ଦ୍ଦ ମାନଙ୍କର
ଯେଉଁଠି ଶାନ୍ତିରେ ବିଶ୍ରାମ ନିଅନ୍ତି
ହଜାର ହଜାର ଶବ୍ଦ ।
ମୁଁ ଧୂଳିକୁ ମାଖେ
ମୁଁ ଅଳନ୍ଧୁକୁ ବୋଳି ହୁଏ
ମୁଁ ଜଗି ରହେ
ଗୋଟିଏ କାହାଣୀକୁ
ଗୋଟିଏ ପ୍ରେମିକର ଭାବନାକୁ
ଗୋଟିଏ ପେଟର ଭୋକକୁ
ଗୋଟିଏ ଜାତିର ଇତିହାସକୁ ।
ଶବ୍ଦ ମାନଙ୍କ ସହ
ବେଳେ ବେଳେ ମୁଁ ସାଇତି ରଖେ
ଦୁଇ ଟୋପା ଲୁହକୁ
ହୃଦୟର କୋହକୁ
ଗୋଟିଏ ଗୋଲାପ ଫୁଲକୁ
ଗୋଟିଏ ଅଭୂଲା ସ୍ମୃତିକୁ ।
ଅନେକ ରଙ୍ଗ ବୋଲାହୁଏ ମୋ ଉପରେ
ଆକର୍ଷିତ କରିବା ପାଇଁ ଅନ୍ୟମାନଙ୍କୁ
କଛି ନାମକରଣ ମଧ ହୁଏ
ମତେ ସମସ୍ତେ ଦେଖନ୍ତି
ତା ପରେ ଯାଇ
ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାନ୍ତି ।
ମଲାଟ ହେବା କ'ଣ ଏତେ ସହଜ
ଆଶ୍ରିତ ଶବ୍ବମନଙ୍କୁ ଆଶ୍ୱାସନା ଦେବା
ଥୟ ଧର ଥୟ ଧର
ଗୋଟିଏ ମଣିଷ ନିଶ୍ଚୟ ଆସିବ
ତୁମ ସହ ବାର୍ତ୍ତାଳାପ କରିବ
ତୁମକୁ ପଢ଼ିବା ପରେ
ଭାବ ବିହ୍ୱଳ ହୋଇ ଛାତିରେ ଚାପି ଧରିବାକୁ ।।
©Tafizul Sambalpuri
#Sad_Status