White ସବୁ କ'ଣ ଲେଖି ହୁଏ
ମୁଁ ଲେଖେ ତଥାପି
ସବୁ କ'ଣ କହି ହୁଏ
ମୁଁ କହେ ତଥାପି
ନଦୀର ଦୁଇ କୂଳ କ'ଣ କବେ ମିଶେ
ନଦୀ ବୋହେ ତଥାପି
ସବୁ କବିତା କ'ଣ ମନକୁ ଛୁଏଁ
ମୁଁ ଭାବେ ତଥାପି
ତଥାପି, ବ୍ୟାକୁଳ ହୋଇ ବାରମ୍ବାର
ପ୍ରଶ୍ନ ପଚାରେ ମତେ ନିର୍ବୋଧ ଭାବେ
ଆଉ କିଛି ବାକି ରହିଛି କି ?
ସବୁ ପ୍ରଶ୍ନର ଉତ୍ତର କ'ଣ ମିଳେ
ମୁଁ ଖୋଜି ଚାଲେ ତଥାପି ।।
©Tafizul Sambalpuri
#good_night