ଗୋଟିଏ ନାଆର ଦୁଃଖ
ଲଢ଼ିବାକୁ ହୁଏ ତାକୁ ସବୁଦିନ
ସେଇ ସମୁଦ୍ର ସହିତ
ଯେଉଁଠି ସେ ରହେ ।
କେତେ ଝଡ଼ କେତେ ଝଞ୍ଜା କେତେ ଜଞ୍ଜାଳ
ନିତିଦିନ ମଥାକୁ ନୁଆଁଇ ସବୁ ସହେ
ତାର ସଂସାର କେବେ ଭାଙ୍ଗେ
କେବେ ସମୁଦ୍ର ଗର୍ଭରେ ଲୀନ ହୁଏ
ତଥାପି ସେ ସେଠି ରହେ ।
ପଥ ବଡ଼ ଜଟିଳ ତଥାପି
କେବେ ଗୀତ ତ କେବେ ସେ କବିତା ଲେଖେ
ଜୁଆର ସହ ଲଢ଼ି
ନିତି ନଇଁ ଯାଉଥିବା ସୂର୍ଯ୍ୟ ସହ
ଅନ୍ତରଙ୍ଗ ଆଳାପ ମଧ୍ୟରେ
ସବୁ ଅନ୍ତର୍ଦାହକୁ ଲୁଚାଏ
ତଥାପି ସେ ସେଠାରେ ରହେ ।
ସେ ଜାଣେ, ତାର ଜନ୍ମ ନିଜପାଇଁ ନୁହେଁ
ଜନ୍ମ ସାର୍ଥକ କରିବାକୁ
ପିଠିରେ ବୋଝ ବୋହି ଲୁହକୁ ପିଏ
ଶେଷରେ ସେ ସମାଧି ନିଏ
ତଥାପି ସେ ସେଠାରେ ରହେ ।।
©Tafizul Sambalpuri
#କବିତା