White ଧଳା ଚାଦର
ସାଉଁଟି ନେଲି ଯାହା
ତାହା କେବଳ ସ୍ମୃତି ଟିକକ
ଆଉ ଯାହା ମୋର ଥିଲା
ହାତମୁଠାରୁ ଖସିଗଲା
ଜୀବନଟା ନାଟକ ବୋଲି ଜାଣିଥିଲି
ଅଭିନୟ କଲାପରେ ଅଭାବଟା
ଜଳ ଜଳ ହୋଇ ଦେଖାଗଲା
କିଏ ନେଇ ପାରିଛି ମୁଠାଏ ଆୟୁଷକୁ
ଆତ୍ମା ଶରୀର ବଦଳାଇଲା ବୋଲି
ପାଉଁଶ ରୂପ ନେଉଁ ନେଉଁ
ମୋର ସବୁ ଗର୍ବ ଅହଙ୍କାର ପୋଡିଗଲା
ତୁମର ମୋର କଥା ଥିଲା ବୋଧେ ଏତିକି
ମାଟିରେ ମିଶିବା ପରେ ଜାଣିଲି
ଜୀବନ ଜୀବନ ବୋଲି ଯେତେ ଧାଇଁଲି
ଶେଷରେ ଜୀବନଟା
ଧଳା ରଙ୍ଗର ଚାଦର ପାଲଟିଗଲା ।।
©Tafizul Sambalpuri
#love_shayari