A short story କାହାଣୀ ଏତିକି ନୁହେଁ
କାହାର ପରିଚୟ ହଜିଛି
କିଏ ଇତିହାସ ପାଲଟିଛି
କାହାଣୀ ଏତିକି ମଧ୍ୟ ନୁହେଁ
କିଏ ଯନ୍ତ୍ରଣା ସହି ଏବେବି ବଞ୍ଚିଛି
ଲୁହର ସିନ୍ଧୁରେ ବିନ୍ଦୁ ଟିଏ ହୋଇ
ଲହଡି ସହ ସଂଗ୍ରାମ କରିଛି ।
ଏତେ ସହଜ ନୁହେଁ
ସିନ୍ଧୁ ସହ ବିନ୍ଦୁର ସଂଗ୍ରାମ
ମୃତ୍ୟୁ ପରେ ମଧ୍ୟ ଜୀବନ୍ତର ଅଭିନୟ
ଏଠି ଦୋଛକିରେ ମଣିଷ
କେବଳ ସେ ଯେ ଅଭିନୟ କରି ଚାଲିଛି ।
ପାଇବାର କିଛି ନାହିଁ ମଣିଷ ହାରିବ କେମିତି
ସମ୍ପର୍କ ଖୋଜୁଛି ଜୀବନର ସତ୍ତାକୁ
ଲକ୍ଷ୍ୟ ବିହନ ସେ, ତଥାପି ବଢି ଚାଲିଛି ପାଦ
ସ୍ଵପ୍ନ ଏଠି ସତ ନା ମିଛ ପ୍ରହେଳିକା ମାତ୍ର
ତଥାପି ଝରଣା ଭଳି ମଣିଷ ବହି ଚାଲିଛି
©Tafizul Sambalpuri
#story