White ମୋ ଜହ୍ନ ଆଜି ରୁଷିଛି !
ସେ ମୋ ପାଗଳାମିର ମୁକସାଖୀ
ମୋ ପିଲାଳିଆମିରେ
ତା ମନ ଯାଏ ଲାଖି ।
ସମୟର ଜୀବନ ନାଟିକାରେ
ମୋ ଜହ୍ନ ଆଜି ରୁଷିଛି !
ସେ ମୋ ସୁଖର ସାଥୀ
ସେ ମୋ ଦୁଃଖର ସାଥୀ
ଅଜଣା ସେ
ଯାଯାବର ବାଦଲର ଭୟରେ ?
ମୋ ଜହ୍ନ ଆଜି ରୁଷିଛି !
ସେ ମୋ ଅଭୁଲା ସନ୍ତକ
ସେ ମୋ ଅଲେଖା ପୁସ୍ତକ
ମୋହ ମାୟାର
ଅଛିଣ୍ଡା ବନ୍ଧନର ପସାପାଲିରେ ?
ମୋ ଜହ୍ନ ଆଜି ରୁଷିଛି !
ସେ ମୋ ଆଜୀବନ ସଖା
ସେ ମୋ ଜୀବନରେଖା
ହୁଏତ ସପନ ରାଇଜରେ
ଭାବି ଜୀବନସାଥୀ
ହେବାର ଲାଜରେ?
ନା ମାନ ଅଭିମାନର ଲୁଚକାଳିରେ !
ମୋ ଜହ୍ନ ଆଜି ରୁଷିଛି !
@ ପ୍ରଶାନ୍ତ କୁମାର
©Prashanta Kumar Sahu
#love_shayari