କାଲୀ ତୁଇ ମାଁ ଦୂର୍ଗା ତୁଇ
ଚିହ୍ନ୍'ବୁ କେଭେ ଆର୍ ନିଜ୍'କେ,
ଇ ଦୁନିଆଁଥି ଲକ୍ଷ୍ମୀ ହେଲେ
ଲୋକ୍ ଝୁନି ଖାଇଦେବେ ଥର୍'କେ।
କାଏଁ ଯେ ଧର୍ଷଣର୍ ଶିକାର୍ ହେବୁ
ଥାଇ କରି ଦିହେ ତାକତ୍,
ମହାକାଲୀ ହେଇ ଦେ ଟଁଟି ମୁଡି
ପି ଅସୁରର୍ ରକତ୍।
କେତେ ଯେ ଅସୁର୍ ଛାଇଁ ଗଲେନ
ମୁନ୍'ଷର୍ ଭିଡ଼୍ ଭିତରେ,
ସଂହାର୍ କର୍ ତୋର୍ ତ୍ରିଶୂଲ୍ ଧାରେ
ଉଭ୍'ରି କରି ଥରେ।
ମାଁ ହେଇ କରି ସବୁ ସମ୍ଭାଲୁଛୁ
ନିଜ୍'କେ ତ ଘାଏ ଚିହ୍ନ୍,
ଅନ୍'ମୁନୁଷିଆ ଅସୁର୍ ଜାଏତ୍'କେ
କରିଦେ ଖିନ୍'ଭିନ୍ ,
ତୁଇ କରିଦେ ଖିନ୍'ଭିନ୍ ,।
©ଶ୍ରଦ୍ଧାଶିଷ୍......
ନିଜ୍'କେ ତ ଘାଏ ଚିହ୍ନ୍