ଶ୍ରଦ୍ଧାଶିଷ୍......

ଶ୍ରଦ୍ଧାଶିଷ୍...... Lives in Balangir, Odisha, India

NaiK ShraddhA......

  • Latest
  • Popular
  • Video

କାଲୀ ତୁଇ ମାଁ ଦୂର୍ଗା ତୁଇ ଚିହ୍ନ୍'ବୁ କେଭେ ଆର୍ ନିଜ୍'କେ, ଇ ଦୁନିଆଁଥି ଲକ୍ଷ୍ମୀ ହେଲେ ଲୋକ୍ ଝୁନି ଖାଇଦେବେ ଥର୍'କେ। କାଏଁ ଯେ ଧର୍ଷଣର୍ ଶିକାର୍ ହେବୁ ଥାଇ କରି ଦିହେ ତାକତ୍, ମହାକାଲୀ ହେଇ ଦେ ଟଁଟି ମୁଡି ପି ଅସୁରର୍ ରକତ୍। କେତେ ଯେ ଅସୁର୍ ଛାଇଁ ଗଲେନ ମୁନ୍'ଷର୍ ଭିଡ଼୍ ଭିତରେ, ସଂହାର୍ କର୍ ତୋର୍ ତ୍ରିଶୂଲ୍ ଧାରେ ଉଭ୍'ରି କରି ଥରେ। ମାଁ ହେଇ କରି ସବୁ ସମ୍ଭାଲୁଛୁ ନିଜ୍'କେ ତ ଘାଏ ଚିହ୍ନ୍, ଅନ୍'ମୁନୁଷିଆ ଅସୁର୍ ଜାଏତ୍'କେ କରିଦେ ଖିନ୍'ଭିନ୍ , ତୁଇ କରିଦେ ଖିନ୍'ଭିନ୍ ,। ©ଶ୍ରଦ୍ଧାଶିଷ୍......

 କାଲୀ ତୁଇ ମାଁ ଦୂର୍ଗା ତୁଇ
ଚିହ୍ନ୍'ବୁ କେଭେ ଆର୍ ନିଜ୍'କେ,
ଇ ଦୁନିଆଁଥି ଲକ୍ଷ୍ମୀ ହେଲେ
ଲୋକ୍ ଝୁନି ଖାଇଦେବେ ଥର୍'କେ।
କାଏଁ ଯେ ଧର୍ଷଣର୍ ଶିକାର୍ ହେବୁ
ଥାଇ କରି ଦିହେ ତାକତ୍,
ମହାକାଲୀ ହେଇ ଦେ ଟଁଟି ମୁଡି
ପି ଅସୁରର୍ ରକତ୍।
କେତେ ଯେ ଅସୁର୍ ଛାଇଁ ଗଲେନ 
ମୁନ୍'ଷର୍ ଭିଡ଼୍ ଭିତରେ,
ସଂହାର୍ କର୍ ତୋର୍ ତ୍ରିଶୂଲ୍ ଧାରେ
ଉଭ୍'ରି କରି ଥରେ।
ମାଁ ହେଇ କରି ସବୁ ସମ୍ଭାଲୁଛୁ
ନିଜ୍'କେ ତ ଘାଏ ଚିହ୍ନ୍,
ଅନ୍'ମୁନୁଷିଆ ଅସୁର୍ ଜାଏତ୍'କେ
କରିଦେ ଖିନ୍'ଭିନ୍ ,
ତୁଇ କରିଦେ ଖିନ୍'ଭିନ୍ ,।

©ଶ୍ରଦ୍ଧାଶିଷ୍......

ନିଜ୍'କେ ତ ଘାଏ ଚିହ୍ନ୍

15 Love

କେଡେ କଠୋର କେଡେ ନିର୍ମମ ନି ଲାଗ୍'ଲା ଟିକେ ଦୟା.. ମୁନୁଷ୍ ରୁପି ଅସୁର୍ ଠାନେ ବଲି ପଡ଼ିଗଲା ଆର୍ ଗୁଟେ ନିର୍ଭୟା. ଡାକ୍ତର ହେମି ବଲିକରି ତାର୍ ସପନ୍ ଥିଲା ଯେତେ.... ଭାଙ୍ଗିଗଲା ସେ ସପନ୍ ସବୁ ଅନ୍'ମୁନୁଷ୍'ର୍ ହାତେ । ଥରି ଯାଉଛେ ଗୁଡ଼ୁ ମୁଡ଼୍ ତକ୍ ସେ କଥା କେ ଦଲେ ଭାବି... ହେତିଲାଗି ଇ ଗୁଟେ ପ୍ରଶ୍ନ... ସ୍ୱାଧୀନ୍ ଭାରତ୍ ଥି ନାରୀ ସୁରକ୍ଷିତ୍ ତ ଆଜି ??? ©ଶ୍ରଦ୍ଧାଶିଷ୍......

#Stoprape #SAD  କେଡେ କଠୋର କେଡେ ନିର୍ମମ ନି ଲାଗ୍'ଲା ଟିକେ ଦୟା..
ମୁନୁଷ୍ ରୁପି ଅସୁର୍ ଠାନେ ବଲି ପଡ଼ିଗଲା ଆର୍ ଗୁଟେ ନିର୍ଭୟା.
ଡାକ୍ତର ହେମି ବଲିକରି ତାର୍ ସପନ୍ ଥିଲା ଯେତେ....
ଭାଙ୍ଗିଗଲା ସେ ସପନ୍ ସବୁ ଅନ୍'ମୁନୁଷ୍'ର୍ ହାତେ ।
ଥରି ଯାଉଛେ ଗୁଡ଼ୁ ମୁଡ଼୍ ତକ୍ ସେ କଥା କେ ଦଲେ ଭାବି...
ହେତିଲାଗି ଇ ଗୁଟେ ପ୍ରଶ୍ନ...
ସ୍ୱାଧୀନ୍ ଭାରତ୍ ଥି ନାରୀ ସୁରକ୍ଷିତ୍ ତ ଆଜି ???

©ଶ୍ରଦ୍ଧାଶିଷ୍......

#Stoprape

11 Love

ଜଗତର ନାଥ ଭାଇ ଭଉଣୀଙ୍କୁ ଧରି , ବରଷକୁ ଆସିଛି ଯେ ବିଲେଇସର୍ଡା ବୁଲି.... ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି ଗାଁ ମୋର ଲାଗେ ସତେ ଶିରିକ୍ଷେତ୍ର ପୁରୀ ଶିରିକ୍ଷେତ୍ର ପୁରୀ ...... କେଡେ ଲୋଭାବନ ଦିଶେ ମୋ କଳାଠାକୁର.. ନାଲି ନାଲି ଅଧର ତା ହସ ମନୋହର..... ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି ଦରଶନେ ତାର ସବୁ ଦୁଃଖ ଯାଏ ସରି ଦୁଃଖ ଯାଏ ସରି.... ଜଗତ ରେ ନାଥ.... ପତିତପାବନ ନାମେ ଉଡ଼ାଉଛି ନେତ, ଭକତ ଭାବରେ ବନ୍ଧା କାଳୀଆ ସାଆନ୍ତ.... ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି... ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି... ଆଦରରେ ପାଶେ ଡାକେ ଦୁଇ ବାହୁ ମେଲି ଦୁଇ ବାହୁ ମେଲି.. ଜଗତର ନାଥ ଭାଇ.... ©ଶ୍ରଦ୍ଧାଶିଷ୍......

 ଜଗତର ନାଥ ଭାଇ ଭଉଣୀଙ୍କୁ ଧରି ,
ବରଷକୁ ଆସିଛି ଯେ ବିଲେଇସର୍ଡା ବୁଲି....
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗାଁ ମୋର ଲାଗେ ସତେ ଶିରିକ୍ଷେତ୍ର ପୁରୀ 
ଶିରିକ୍ଷେତ୍ର ପୁରୀ ......

କେଡେ ଲୋଭାବନ ଦିଶେ ମୋ କଳାଠାକୁର..
ନାଲି ନାଲି ଅଧର ତା ହସ ମନୋହର.....
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଦରଶନେ ତାର ସବୁ ଦୁଃଖ ଯାଏ ସରି 
ଦୁଃଖ ଯାଏ ସରି....

ଜଗତ ରେ ନାଥ....

ପତିତପାବନ ନାମେ ଉଡ଼ାଉଛି ନେତ,
ଭକତ ଭାବରେ ବନ୍ଧା କାଳୀଆ ସାଆନ୍ତ....
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ଆଦରରେ ପାଶେ ଡାକେ ଦୁଇ ବାହୁ ମେଲି
ଦୁଇ ବାହୁ ମେଲି..

ଜଗତର ନାଥ ଭାଇ....

©ଶ୍ରଦ୍ଧାଶିଷ୍......

ଜଗତ ର ନାଥ

16 Love

#poetryunplugged
#Emotional #Quotes  ଖରା ବଲୁଛେ ମୁଇଁରେ ମୁନୁଷ୍ ଆର୍ 
ତୁଇ ବି ବଲୁଛୁ ମୁଇଁ  ଶ୍ରଦ୍ଧାଶିଷ୍..... 😰

#Emotional

108 View

#Emotional #Quotes  ଘର ଯାକ ଲୋକ୍ ସବେ ଯାର୍ ନେ ୠଣୀ.... 
ସେ ଗୃହିଣୀ

#Emotional

108 View

Trending Topic