White କେତେ ମିଠା ଥିଲା ସେ ପିଲା ଦିନ, କେତେ ଅଳି ଅଝଟ କରୁ | ଓଡ଼ିଆ Poetry

"White କେତେ ମିଠା ଥିଲା ସେ ପିଲା ଦିନ, କେତେ ଅଳି ଅଝଟ କରୁଥିଲା ଏ ମନ । ଆଉ କି କେବେ ଫେରିବ ସେ ଦିନ, ଦୁଷ୍ଟାମି ଟିକେ କରିବ ଅମାନିଆ ମନ । ନା ଚିନ୍ତା ଥିଲା ନା ହିଁ ଥିଲା କାହାର ଭୟ, ଖେଳ କୁଦରେ କଟୁଥିଲା ନୀତି ଆମ ସମୟ । ମାଆ ର ପଣତ ଓ ବାପାଙ୍କ କାନ୍ଧ ଥିଲା ଯେ ଶୋଇବା ସ୍ଥାନ, ଜେଜେମା, ଆଈ ମା ଚୂନ ନଦେଇ ଯାଚୁଥିଲେ ଆମକୁ ପାନ । ମିଠା ମିଠା କଥା କହି କେତେ ଯେ କିଣୁ ଥିଲୁ ସଭିଙ୍କ ମନ, ଏବେ କଣ ଆଉ ଅଛି ସେ ବିତି ଯାଇଥିବା ପିଲା ଦିନ । ©Lili Dey"

 White କେତେ ମିଠା ଥିଲା ସେ ପିଲା ଦିନ,
କେତେ ଅଳି ଅଝଟ କରୁଥିଲା ଏ ମନ ।
ଆଉ କି କେବେ ଫେରିବ ସେ ଦିନ,
ଦୁଷ୍ଟାମି ଟିକେ କରିବ ଅମାନିଆ ମନ ।
ନା ଚିନ୍ତା ଥିଲା ନା ହିଁ ଥିଲା କାହାର ଭୟ,
ଖେଳ କୁଦରେ କଟୁଥିଲା ନୀତି ଆମ ସମୟ ।
ମାଆ ର ପଣତ ଓ ବାପାଙ୍କ କାନ୍ଧ ଥିଲା ଯେ ଶୋଇବା ସ୍ଥାନ,
ଜେଜେମା, ଆଈ ମା ଚୂନ ନଦେଇ ଯାଚୁଥିଲେ ଆମକୁ ପାନ ।
ମିଠା ମିଠା କଥା କହି କେତେ ଯେ କିଣୁ ଥିଲୁ ସଭିଙ୍କ ମନ,
ଏବେ କଣ ଆଉ ଅଛି ସେ ବିତି ଯାଇଥିବା ପିଲା ଦିନ ।

©Lili Dey

White କେତେ ମିଠା ଥିଲା ସେ ପିଲା ଦିନ, କେତେ ଅଳି ଅଝଟ କରୁଥିଲା ଏ ମନ । ଆଉ କି କେବେ ଫେରିବ ସେ ଦିନ, ଦୁଷ୍ଟାମି ଟିକେ କରିବ ଅମାନିଆ ମନ । ନା ଚିନ୍ତା ଥିଲା ନା ହିଁ ଥିଲା କାହାର ଭୟ, ଖେଳ କୁଦରେ କଟୁଥିଲା ନୀତି ଆମ ସମୟ । ମାଆ ର ପଣତ ଓ ବାପାଙ୍କ କାନ୍ଧ ଥିଲା ଯେ ଶୋଇବା ସ୍ଥାନ, ଜେଜେମା, ଆଈ ମା ଚୂନ ନଦେଇ ଯାଚୁଥିଲେ ଆମକୁ ପାନ । ମିଠା ମିଠା କଥା କହି କେତେ ଯେ କିଣୁ ଥିଲୁ ସଭିଙ୍କ ମନ, ଏବେ କଣ ଆଉ ଅଛି ସେ ବିତି ଯାଇଥିବା ପିଲା ଦିନ । ©Lili Dey

#ସେ ପିଲା ଦିନ

People who shared love close

More like this

Trending Topic