Phone ଜ୍ଞାନ ର ଭଣ୍ଡାର ମୁଁ ଅଜ୍ଞାନୀ ର ସାହାରା
ତୁମର ଜୀବନ ମୁଁ ବଂଚିବା ର ଆଶ୍ରା..
ନୂଆ ନୂଆ ଗନ୍ତାଘର ଖୋଲି ମୁଁ ଦେଇଛି
ତୁମ କୁ ବହୁ କଥା ଶିଖିବା ର ଅଛି …
ଭଲ ବାଟେ ନ ଯାଇ ଖରାପ ବାଟକୁ ବାଛୁଛ
ଜାଣି ଶୁଣି ନିଜ ହାତେ ନିଜ ଜୀବନ ବର୍ବାଦ କରୁଛ
ଯେ କୌଣସି କାମ ହେଉ ମୁଁ କରିବି ସାହାଯ୍ୟ ସବୁଥିରେ ..
ଭଲ କାମ ଛାଡି ମତେ ଲଗାଉଛ ଖରାପ କାର୍ଯ୍ୟ ରେ ..
ତୁମ ଦ୍ୱାରା ମୁଁ ଚାଲୁଚି ତୁମେ ମତେ ଆୟତ୍ତ କରୁଛ
ମତେ ନେଇ ଏମିତି ଅନ୍ଧ ଯେ ମତେ ଛାଡି ଗୋଟେ ମିନିଟ ବଞ୍ଚି ନ ପାରୁଛ..
ନିର୍ଜୀବ ବସ୍ତୁ ଟେ ମୁଁ ନାହିଁ ମୋର ଜୀବନ
ଏମିତି ଶକ୍ତି ଅଛି ମୋ ଭିତରେ ମୁଁ ଦେଇ ପାରେ ଜୀବନ ପୁଣି ଆଣିପାରେ ମରଣ …
ଯାହା ବିନା ତୁମ ର ଚାଲେ ନାହିଁ ସ୍ପନ୍ଦନ
ମୁଁ ତୁମ ର ସେହି ପ୍ରିୟ ମୋବାଇଲି ଫୋନ ..
©Abismita Mishra
#Phone