କଁଅଳ ଶିଶୁକନ୍ୟାର କରୁଣ ଚିତ୍କାର
ମୁଁ ବଞ୍ଚିବାକୁ ଚାହେଁ , ମତେ ବଞ୍ଚିବାକୁ ଦିଅ..
ମୋ ଇଚ୍ଛା ଦୁନିଆକୁ , ମତେ ଦେଖିବାକୁ ଦିଅ. ।
ମୁଁ ନିଷ୍ପାପ କନ୍ୟା ଟିଏ , ମତେ ପାପି କୁହନା
ମୁଁ ଆଶାର ଦୀପଟିଏ , ମୋତେ ଲିଭେଇ ଦିଅନା. ।
ମୋ ଜନ୍ମିବା ବୋଝ ନୁହଁ , କାହିଁ ଏତେ ଘୃଣା କର..
ମୁଁ ଡଷ୍ଟବିନ୍ ର ଅଳିଆ ନୁହଁ , କଣ ପାଇଁ ଫିଙ୍ଗିଦିଅ ?
ମୁଁ ଗୋଟିଏ ସୁଯୋଗ ଚାହେଁ , ବାସ୍ ଭ୍ରୁଣହତ୍ୟା କରନା
ମୁଁ ସେହି ଶିକ୍ଷା ଚାହେଁ , ବାସ୍ ନାରୀତ୍ଵ ହରାଇନା. ।
ମୁଁ ସମାଜର କଳଙ୍କ ନୁହଁ , କରନା ମୋତେ କଳଙ୍କିତ..
ମୁଁ ଖେଳିବା କଣ୍ଢେଇ ନୁହଁ , ଖେଳନା ମୋ ସହିତ . ।
ପାଦେ ପାଦେ ଏଠି କାମରାକ୍ଷସ , ସବୁଦିନ ବଳୀ ମୋର
କାମୁକ ଭୋକ ମେଣ୍ଟାଇବା , ବଳାକ୍ତାର ମୋ ଶରୀର. ।
କଳୁଷିତ ଏହି ସମାଜ ରେ , କଳଙ୍କ ଯେ ସବୁ ମୋର..
ନ୍ୟାୟ, ଅନ୍ୟାୟ ବିଚାରେ କିଏ, ଆଇନ ତ ଏଠି ବଧିର ।
କାମନାର ଏହି ଜଟିଳ ରଜ୍ଜୁରୁ, ମୁକ୍ତି ନାହିଁ କି ମୋର..
କ'ଣ କେବେ ବୁଝିବନି ସମାଜ, ନାରୀ ଜନ୍ମର ସାର ।
ଭାବନାହିଁ କେହି ଅଭିଶାପ , ଜନ୍ମମୋର ବରଦାନ..
ମୁଁ ବି କାହାର ଭଉଣୀ, ମାଆ, ଏହା କି ତୁମେ ନ ଜାଣ।
କନ୍ୟରୂପେ ମୁହିଁ ଲକ୍ଷ୍ମୀ ଟିଏ , କରନାହିଁ ଅନାଦର..
ଦୁର୍ଗାରୂପେ ମୁ ଶକ୍ତି ସ୍ୱରୂପା, କରନାହିଁ ହତାଦର. ।
ମୁଁ ନୁହଁ ଅବଳା, ଦୂର୍ବଲା , ଭାବନହିଁ ଶକ୍ତିହୀନ..
ରାଗିଲେ ମୁ କାଳୀ,ଚଣ୍ଡିକା , କରିବି ମୁଣ୍ଡହୀନ. ।
©Iswar Meher
write' for girls child ,।।