White ଯାତ୍ରା -19 ତଥାପି ବଞ୍ଚିଛି ଏବେବି ମୁ | ଓଡ଼ିଆ Poetry Video

"White ଯାତ୍ରା -19 ତଥାପି ବଞ୍ଚିଛି ଏବେବି ମୁଁ ବଞ୍ଚିଛି , ତମେ ବଞ୍ଚିଛ , ସେମାନେ ବଞ୍ଚିଛନ୍ତି । ସବୁକିଛି ବୋଧେ ଶେଷ ହୋଇନାହିଁ ନାହିଁ ନାହିଁ ଭିତରେ ଜିଇଁଛି ଜୀବନ , ହତାଶାର ମରୁଭୂମିରେ ଆଶାର ବୁଲବୁଲ , ବ୍ୟାସ ସରୋବରରେ ସମ୍ଭାବନାର କୋଟିଏ ପଦ୍ମ, ଦୂର ଦିଗବଳୟ ସେପଟେ କାହାର ବଂଶୀସ୍ବନ - ପ୍ରଲୁବ୍ଧ କରୁଛି, ଭରିଦେଉଛି ଦେହ ମନରେ ଆଶାର ମେଞ୍ଚାଏ ମହକ । ସମୁଦ୍ର ଭିତରେ ମୋତି , ବାଦଲ ପଛପଟେ ଜ୍ୱଳନ୍ତ ସୂର୍ଯ୍ୟ , ଆକାଶରେ ମଲାଜହ୍ନର ଏଲିଜି , ଅମୃତ କଳସରେ ବିଷ ଛାଇ ଆଲୁଅରେ ଥର ଥର କଡ ଲେଉଟଉଛି ଜୀବନ । ପ୍ରେମ ଆଉ ପ୍ରତ୍ୟୟର ବିଶ୍ୱାସ ଆଉ ସମ୍ଭାବନାର ଯଜ୍ଞବେଦୀରେ ଟୋପା ଟୋପା ଲୁହ ତଥାପି ଗଡୁଛି ଜୀବନ ନିଃଶବ୍ଦରେ , ନିରାଶର ଅନ୍ଧଗଳିରେ ନିଶୁନ ରାଜରାସ୍ତାରେ ଏକା ଏକା ସାଉଁଟିବାକୁ ଭିନ୍ନଏକ ସନ୍ଦୀପ୍ତ- ବାଳଭାନୁର ଉଦୟ ଉତ୍ସବକୁ ହସୁଛି ଜୀବନ ମୃତ୍ୟୁକୁ ପିଠିରେ ସବାର କରି ; ମରଣ ପଥେ ଜୀବନର ଜୟଗାନ କେତେ ସତ କେତେ ମିଛ କେତେ ସ୍ବପ୍ନ କେତେ ବାସ୍ତବ ଜୀବନ ଶୋଇଛି ଚୁପଚାପ ଏକ ଜୀବନ ନଥିବା ଶବଭଳି ସ୍ବପ୍ନ ବିହୀନ ପୃଥିବୀରେ ଗୋଟା ଗୋଟା ହାଇ ମାରୁଛି ସତେ ଯେମିତି ଆଉଥରେ ଶୋଇଯିବ ସବୁଦିନ ପାଇଁ ଘୁମନ୍ତ ପୃଥିବୀର ମୁକୁଳା ଛାତିରେ କିଛି ସ୍ବପ୍ନ ଅନେକ ଯନ୍ତ୍ରଣା ଟିକିଏ ହସ କାଣିଚାଏ ଭଲପାଇବା ଟୋପାଏ ବିଶ୍ୱାସ କିଛି ପ୍ରାପ୍ତି କିଛି ଅପ୍ରାପ୍ତି କିଛି ଆଶା ଆଉ ପ୍ରତିଶୃତିକୁ ନେଇ ତ ଜୀବନ। ସ୍ମୃତି ରଞ୍ଜନ ମହାନ୍ତି© 13.8 2020 All Copyrights Reserved smrutiweb.wordpress.com smrutitanuja.blogspot.com https://www.facebook.com/titutiku/ Picture-google ©Smruti Ranjan Mohanty "

White ଯାତ୍ରା -19 ତଥାପି ବଞ୍ଚିଛି ଏବେବି ମୁଁ ବଞ୍ଚିଛି , ତମେ ବଞ୍ଚିଛ , ସେମାନେ ବଞ୍ଚିଛନ୍ତି । ସବୁକିଛି ବୋଧେ ଶେଷ ହୋଇନାହିଁ ନାହିଁ ନାହିଁ ଭିତରେ ଜିଇଁଛି ଜୀବନ , ହତାଶାର ମରୁଭୂମିରେ ଆଶାର ବୁଲବୁଲ , ବ୍ୟାସ ସରୋବରରେ ସମ୍ଭାବନାର କୋଟିଏ ପଦ୍ମ, ଦୂର ଦିଗବଳୟ ସେପଟେ କାହାର ବଂଶୀସ୍ବନ - ପ୍ରଲୁବ୍ଧ କରୁଛି, ଭରିଦେଉଛି ଦେହ ମନରେ ଆଶାର ମେଞ୍ଚାଏ ମହକ । ସମୁଦ୍ର ଭିତରେ ମୋତି , ବାଦଲ ପଛପଟେ ଜ୍ୱଳନ୍ତ ସୂର୍ଯ୍ୟ , ଆକାଶରେ ମଲାଜହ୍ନର ଏଲିଜି , ଅମୃତ କଳସରେ ବିଷ ଛାଇ ଆଲୁଅରେ ଥର ଥର କଡ ଲେଉଟଉଛି ଜୀବନ । ପ୍ରେମ ଆଉ ପ୍ରତ୍ୟୟର ବିଶ୍ୱାସ ଆଉ ସମ୍ଭାବନାର ଯଜ୍ଞବେଦୀରେ ଟୋପା ଟୋପା ଲୁହ ତଥାପି ଗଡୁଛି ଜୀବନ ନିଃଶବ୍ଦରେ , ନିରାଶର ଅନ୍ଧଗଳିରେ ନିଶୁନ ରାଜରାସ୍ତାରେ ଏକା ଏକା ସାଉଁଟିବାକୁ ଭିନ୍ନଏକ ସନ୍ଦୀପ୍ତ- ବାଳଭାନୁର ଉଦୟ ଉତ୍ସବକୁ ହସୁଛି ଜୀବନ ମୃତ୍ୟୁକୁ ପିଠିରେ ସବାର କରି ; ମରଣ ପଥେ ଜୀବନର ଜୟଗାନ କେତେ ସତ କେତେ ମିଛ କେତେ ସ୍ବପ୍ନ କେତେ ବାସ୍ତବ ଜୀବନ ଶୋଇଛି ଚୁପଚାପ ଏକ ଜୀବନ ନଥିବା ଶବଭଳି ସ୍ବପ୍ନ ବିହୀନ ପୃଥିବୀରେ ଗୋଟା ଗୋଟା ହାଇ ମାରୁଛି ସତେ ଯେମିତି ଆଉଥରେ ଶୋଇଯିବ ସବୁଦିନ ପାଇଁ ଘୁମନ୍ତ ପୃଥିବୀର ମୁକୁଳା ଛାତିରେ କିଛି ସ୍ବପ୍ନ ଅନେକ ଯନ୍ତ୍ରଣା ଟିକିଏ ହସ କାଣିଚାଏ ଭଲପାଇବା ଟୋପାଏ ବିଶ୍ୱାସ କିଛି ପ୍ରାପ୍ତି କିଛି ଅପ୍ରାପ୍ତି କିଛି ଆଶା ଆଉ ପ୍ରତିଶୃତିକୁ ନେଇ ତ ଜୀବନ। ସ୍ମୃତି ରଞ୍ଜନ ମହାନ୍ତି© 13.8 2020 All Copyrights Reserved smrutiweb.wordpress.com smrutitanuja.blogspot.com https://www.facebook.com/titutiku/ Picture-google ©Smruti Ranjan Mohanty

#love_shayari ଯାତ୍ରା -19

ତଥାପି ବଞ୍ଚିଛି

ଏବେବି
ମୁଁ ବଞ୍ଚିଛି ,
ତମେ ବଞ୍ଚିଛ ,
ସେମାନେ ବଞ୍ଚିଛନ୍ତି ।

People who shared love close

More like this

Trending Topic