Pranay Kumar Sahu

Pranay Kumar Sahu

just write what you think, thats also a story

  • Latest
  • Popular
  • Video

White If you have money you most won all the happiness and love If you haven't money All your dream vanish in a single sentence ... "Ghar log nahi manenge ©Pranay Kumar Sahu

#sad😊  White If you have money 
you most won 
all  the happiness and love 
If you haven't money
All your dream 
vanish in a single sentence 
...
"Ghar log nahi manenge

©Pranay Kumar Sahu

#sad😊

14 Love

White ପିଲାବେଳେ ଜଲଦି ସୋଇ ପଡୁଥିଲି ବୋଲି କେତେ ଗାଳି ଖାଉଥିଲି ।ଆଉ ଏବେ ଅନେକ ରାତି ଅନିଦ୍ରା ରେ ପାହିଯାଏ। ପିଲାବେଳେ ମନ ଖୋଲି ହସି ପାରୁଥିଲି, କାନ୍ଦି ପାରୁଥିଲି .... ଆଉ ଏବେ ଖୁସି ରହିବାର ଅଭିନୟ କରି ବାକୁ ପଡୁଛି । ଏଇ ବୋଧେ କର୍ମଫଳ ©Pranay Kumar Sahu

#good_night #SAD  White ପିଲାବେଳେ ଜଲଦି ସୋଇ ପଡୁଥିଲି ବୋଲି କେତେ ଗାଳି ଖାଉଥିଲି ।ଆଉ ଏବେ ଅନେକ ରାତି ଅନିଦ୍ରା ରେ ପାହିଯାଏ।
ପିଲାବେଳେ ମନ ଖୋଲି ହସି ପାରୁଥିଲି, କାନ୍ଦି ପାରୁଥିଲି ....
ଆଉ  ଏବେ ଖୁସି ରହିବାର ଅଭିନୟ କରି ବାକୁ ପଡୁଛି । 
ଏଇ ବୋଧେ 
କର୍ମଫଳ

©Pranay Kumar Sahu

#good_night

10 Love

#କବିତା #teachers_day  White ବିଦ୍ୟା ବୁଦ୍ଧି ଦାତା ଗୁରୁଦେବ ମୋର,
ପୂଜ୍ୟସ୍ପଦ ତୁମେ ଜ୍ଞାନର ଭଣ୍ଡାର ।(୧)
ପିତା ମାତା ବନ୍ଧୁ ସଖା ସହୋଦର,
ସବୁରି ହୃଦୟେ ତୁମେ ଏକା ସାର  ।(୨)
ଅଜ୍ଞାନ ତିମିର ପଥ ବହୁଦୂର,
ଜ୍ଞାନ ର ଆଲୋକେ ଭୟ କର ଦୂର।(୩)
ଅମାନିଆ ଏଇ ଇନ୍ଦ୍ରିୟ ମୋହର,
ଶୃଙ୍ଖଳା  ଶୃଙ୍ଖଳେ  ନିୟନ୍ତ୍ରିତ କର ।(୪)
ମନ ପକ୍ଷୀ ମୋର ଅଥୟ ଅସ୍ଥିର,
ତୁମେ ଜ୍ଞାନ ସୁଧା ଅମୃତ ନିର୍ଝର।(୫)
ସୂକ୍ଷ୍ମ ଶିଳା ରେଣୁ ଜୀବନ ମୋହର,
ପାଦସ୍ପର୍ଶ ପାଇ ଛୁଇଁବି ଅମ୍ବର।(୬)
ଦି ଦିନର ଏଇ ଜୀବନ ଅସାର,
ସାର୍ଥକ କର ହେ ପରମ ଈଶ୍ଵର।(୭)
ଗୁରୁ ତୁମ ବାଣୀ ମେଘର ମହ୍ଲାର,
କୃପା ବାରି ତୁମ ବର୍ଷୁଥାଉ ଚିର।(୮)
 ତୁମରି ସ୍ଵରରେ ବୀଣା ର ଝଙ୍କାର,
ବେଶୁରାକୁ ମିଳେ ସଙ୍ଗୀତର ସ୍ବର।(୯)
ଗୁଣ ଗାଇବାକୁ ଜ୍ଞାନ ନାହିଁ ମୋର,
କରିଦିଅ କ୍ଷମା କରୁଣା ସାଗର ।(୧୦)

©Pranay Kumar Sahu

#teachers_day

108 View

#କବିତା #folksong #Dance  ବାପା -ଏ ଧନ ଝିଅର ବୟସ ଯାଉଛି ଗଡି
ମୋ ପଦୁଅଁ କଢ଼ି,(୨)
ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି
ମୋ ପଦୁଅଁ କଢ଼ି।
ଝିଅକୁ ହେଲାଣି ଷୋଳ ବୟସ(୨)
ତାକୁ ପଠେଇ ଦେବା ତା ଶ୍ଵଶୁର ବାଡି 
ମୋ ପଦୁଅଁ ଲଢି।
ଏ ଧନ ଝିଅର ବୟସ ଯାଉଛି ଗଡି
ମୋ ପଦୁଅଁ କଢ଼ି,(୨)
ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି
ମୋ ପଦୁଅଁ କଢ଼ି।
ମା - କଜଲି କଜଲି ଆଖିରେ ତା କଜଲ ଗାର, (୨)
କହୁଛି ଆମର ଝିଅ ଗୋ ମୋତେ ଶିକ୍ଷିତ କର।
ଆଇନ କହୁଛି ବାଲ୍ୟ ବିଭା ବନ୍ଦ କର।(୨)
କିଶୋରୀ ପାଇଁ କି ଅଛି ଯେ  ଶିକ୍ଷା ଅଧିକାର।
ସିଲଟ ସାଙ୍ଗକୁ ଚକ୍ ଖଡ଼ି ,(୨)
ସୁନା ଅନ୍ଧ ବିଶ୍ଵାସରେ ଯିବନି ପଡ଼ି
ମୁଁ  ପଦୁ ଅଁ କଢି ।
ବାପା/ - ବିବାହ ବୟସ ଅଠର ଏ କଥାଟି ସାର।(୨)
ତୋର କଥା ଶୁଣି ବୁଝିଲି ଏବେ ଭୁଲ ମୋର ।(୨)
ବାପା/ ମା - ବାଳିକା ସୁରକ୍ଷା ଅଧିକାର ସମିତି ଗଢି।(୨)
ବାଲ୍ୟବିବାହ କୁ ଦେବାରେ ଆମେ ସମଜୁ ତଡି।(୨)
ମା ମାଉସୀ ଙ୍କୁ କହିବ ନିତି।(୨)
ଧନ ଝିଅ ଆମ ହେବ ମାଣିକ ମୋତି,
ମୋ ପଦୁଅଁ କଢ଼ି।
ଏ ଧନ ଝିଅର ସ୍ୱପନ ଦେବାନି ପୋଡ଼ି।
ମୋ ପଦୁଅଁ କଢ଼ି।
ଧନ ଝିଅ ଆମ ଯିବ ନିତି ପଢ଼ି। 
ମୋ ପଦୁଁ ଅ କଢ଼ି।

©Pranay Kumar Sahu

#Dance #folksong

144 View

#ଶାୟାରି #Sad_shayri  White ମୂଲ୍ୟହୀନ ମୁଁ...
ତଥାପି କିଛି ଅମୂଲ୍ୟ ରତ୍ନ ସାଇତି ରଖିଛି 
ସେଥିରୁ ଗୋଟିଏ ତୁମେ

©Pranay Kumar Sahu

#Sad_shayri

117 View

#waitingଅପେକ୍ଷା #କବିତା  White ଅପେକ୍ଷା ...
ଅପେକ୍ଷା ଗୋଟେ ଅନିଶ୍ଚିତ ଭବିଷ୍ୟତକୁ
ଅପେକ୍ଷା ଜଣେ ଅନାଗତ ସାଥିକୁ
ଅପେକ୍ଷା ଗୋଟେ କାହାଣୀର ଉପସଂହାରକୁ
ଅପେକ୍ଷା ଗୋଟେ ସଙ୍ଗୀତର ଅନ୍ତରାକୁ 
ଅପେକ୍ଷା ଗ୍ରୀଷ୍ମର ଗୋଧୂଳି ଲଗ୍ନକୁ
ଅପେକ୍ଷା ଗୋଟେ ଶୀତ ସକାଳର କୁହୁଡି ବର୍ଷାକୁ
ଅପେକ୍ଷା ଶ୍ରାବଣର ଅସରାଏ ଅଶ୍ରୁ ବର୍ଷାକୁ
ଅପେକ୍ଷା
 ଆଉ ଗୋଟେ କାହାଣୀର ପୁନରାବୃତ୍ତିକୁ

©Pranay Kumar Sahu
Trending Topic