#@ମୋ ସୁନା ଭାଉଜ @#
ପନତକାନି ରେ କର ତୁମେ ନିଜର
ସତେ କି ଯଶୋଦା ମାଆ,
ଭୁଲିବି କେମିତି ତୁମ ସ୍ନେହ ପ୍ରିତି
ତୁମେ ମୋ ଶୀତଳ ଚନ୍ଦ୍ରମା ।
ମାପି କି ପାରିବି ଆଉ କହାସାଥେ
ମୁଁ ତୁମର ଗେହ୍ଲା ଧନ,
ଯେବେ ସ୍ନେହ କର ନିଜଠୁ ଅଧିକ
ମୁଁ ଭାବେ ତୁମ ସନ୍ତାନ ।
ପର ଜନ୍ମରେ ଥିଲା କି ସମ୍ପର୍କ
ଏ ଜନ୍ମ ରେ ହେଲ ନିଜର,
କର୍ତ୍ତବ୍ୟ ତୁମର କରିବେନି ହେଲା
କରିବନି କେବେ ପର ।
କାହାପାଇଁ ଆଉ ମନ୍ଦିର ମୁ ଯିବି
ତୁମେ ମୋ ଜିଅନ୍ତା ଦେବୀ,
ଭାଇ ମୋର ପିତା ତୁମେ ମୋର ମାତା
ପୂଜିବି ତୁମକୁ ନୀତି ।
ଚରଣ ଯୁଗଲେ ଥିବି ମୁଣ୍ଡପାତି
ଦେବ ମୋତେ ସ୍ନେହ ,ଶ୍ରଦ୍ଧା,
ତୁମ ଆର୍ଶିବାଦେ ହେବି ମୁଁ ବଡ଼
ମୋ ମନେ ଦେବନି ବାଧା ।
ମୋ ଦୁଃଖରେ ଦୁଃଖୀ ହୋଇଥାଅ
ମୋ ସୁଖ ରେ ହୁଅ ସୁଖି,
ନୁହେ କି ତୁମେ ମୋ ଯୋଶୋଦା ମା '
ହୋଇନ ପାରିଲେ ଦେବକୀ ।
ଭଲପାଇବା ରେ ବାନ୍ଧି ରଖିଥିବ
ହେଲେ ମୁଁ ଯେତେ ଦୁଷ୍ଟ
ସବୁବେଳେ ମତେ ଶିଖାଉ ଥିବ
କହିବାକୁ ସଦା ମିଷ୍ଟ ।
©Iswar Meher
Continue with Social Accounts
Facebook Googleor already have account Login Here