Satya Parida

Satya Parida

  • Latest
  • Popular
  • Video
#ଚିନ୍ତାଧାରା #FathersDay

#FathersDay

189 View

#ଜ୍ଞାନ #storyofheart

#storyofheart

47 View

ଥରେ ନୁହେଁ ଦୁଇ ଥର ନୁହେଁ ପ୍ରତିଟି ଥର ସଂଘ କାର୍ଯ୍ୟ ପାଇଁ ପରିବାର କୁ ସମୟ ଦେଇ ହୁଏ ନାହିଁ, ତଥାପି ଟିକିଏ ରାଗ ମେଞ୍ଚାଏ ଅଭିମାନ ପରେ ପୁଣି ଆସନ୍ତାକାଲି କୈାଣସି କାର୍ଯ୍ୟ ପାଇଁ ବାହାରକୁ ବାହାରିଲେ ପ୍ୟାଣ୍ଟ୍ ସାର୍ଟ ଆଇରନ୍ କରି ଥୋଇବା , ପୁଣି ଆସିବା ବିଳମ୍ବ ହେଲେ ଗେରେ ଗେରେ ହୋଇ ଖାଇଛ କି ନାହିଁ ପଚାରିବା ,ଘର ପରିବାର ପୁଅ କୁ ସମ୍ଭାଳିବା , ସତରେ ତୁମେ ନଥିଲେ କିଛି ବି ସମ୍ଭବ ହୋଇ ନଥାନ୍ତା। ତୁମେ ନଥିଲେ ମୁଁ , ମୁଁ ହୋଇ ରହି ନଥାନ୍ତି, ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଢେର ସାରା ଭଲପାଇବା। Happy Birthday pinky ©Satya Parida

#कविता #ValentinesDay  ଥରେ ନୁହେଁ ଦୁଇ ଥର ନୁହେଁ ପ୍ରତିଟି ଥର ସଂଘ କାର୍ଯ୍ୟ ପାଇଁ ପରିବାର କୁ ସମୟ ଦେଇ ହୁଏ ନାହିଁ, ତଥାପି ଟିକିଏ ରାଗ ମେଞ୍ଚାଏ ଅଭିମାନ ପରେ ପୁଣି ଆସନ୍ତାକାଲି କୈାଣସି କାର୍ଯ୍ୟ ପାଇଁ ବାହାରକୁ ବାହାରିଲେ ପ୍ୟାଣ୍ଟ୍ ସାର୍ଟ ଆଇରନ୍ କରି ଥୋଇବା , ପୁଣି ଆସିବା ବିଳମ୍ବ ହେଲେ ଗେରେ ଗେରେ ହୋଇ ଖାଇଛ କି ନାହିଁ ପଚାରିବା ,ଘର ପରିବାର ପୁଅ କୁ ସମ୍ଭାଳିବା , ସତରେ ତୁମେ ନଥିଲେ କିଛି ବି ସମ୍ଭବ ହୋଇ ନଥାନ୍ତା। ତୁମେ ନଥିଲେ ମୁଁ , ମୁଁ ହୋଇ ରହି ନଥାନ୍ତି, ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଢେର ସାରା ଭଲପାଇବା। Happy Birthday pinky

©Satya Parida

ଲଢେଇ ଅବିରତ ! କେବେ ଖରା ରେ , କେବେ ତରା ରେ କେବେ ହାଡ଼ ଭଙ୍ଗା ଶୀତରେ , ତ କେବେ ବନ୍ୟା ବାତ୍ୟା ର ଛାତି ରେ ଆମେ ନିଇତି ଲଢେଇ କରୁ ପ୍ରକୃତି ସାଥୀ ରେ (ହଁ) ।। (୨) ଅସରନ୍ତି ଆଶା କୁ , ସ୍ଵପ୍ନ ଅସୁମାର ଗଢିବି ଦିନେ ମୋ ସ୍ଵପ୍ନ ର ନଅର ହେଲେ ଧିକ୍ ଏ ପାହାନ୍ତିଆ ସ୍ଵପ୍ନ ମୋର , ମୋ ଅଧିକାର ପରା ପାଣି ର ଗାର (ହଁ) ।।(୨) ସଂଗ୍ରାମ ସଂଗ୍ରାମ ଡାକରା ପାଉ ଲୁହ ଲହୁ ମୋର ଏକାକାର ହେଉ , ନେତା ପାଇଯିବେ ପୁରସ୍କାର ତହୁଁ ଭୋଟ ବ୍ୟାଙ୍କ୍ ଛଡ଼ା କିଛି ନୁହେଁ ମୁଁ (ହଁ) ।। (୨) ଆସ ଆଜି ଆମେ କରିବା ଶପଥ ସ୍ଵାର୍ଥ ସ୍ଵାର୍ଥୀ ଙ୍କୁ କରିବା ହତ ରାସ୍ତା ଥାଉ ପଛେ କଠିନ ଶତତ ଲଢେଇ ଆମର ହେବ ଅବିରତ (ହଁ) ।। (୨) ©Satya Parida

#ଚିନ୍ତାଧାରା #ଶ୍ରମିକଦିବସ #Labourday #Light  ଲଢେଇ ଅବିରତ ! 

କେବେ ଖରା ରେ , କେବେ ତରା ରେ 
କେବେ ହାଡ଼ ଭଙ୍ଗା ଶୀତରେ , 
ତ କେବେ ବନ୍ୟା ବାତ୍ୟା ର ଛାତି ରେ 
ଆମେ ନିଇତି ଲଢେଇ କରୁ ପ୍ରକୃତି ସାଥୀ ରେ (ହଁ) ।। (୨)
ଅସରନ୍ତି ଆଶା କୁ , ସ୍ଵପ୍ନ ଅସୁମାର 
ଗଢିବି ଦିନେ ମୋ ସ୍ଵପ୍ନ ର ନଅର 
ହେଲେ ଧିକ୍ ଏ ପାହାନ୍ତିଆ ସ୍ଵପ୍ନ ମୋର ,
ମୋ ଅଧିକାର ପରା ପାଣି ର ଗାର (ହଁ) ।।(୨)
ସଂଗ୍ରାମ ସଂଗ୍ରାମ ଡାକରା ପାଉ 
ଲୁହ ଲହୁ ମୋର ଏକାକାର ହେଉ , 
ନେତା ପାଇଯିବେ ପୁରସ୍କାର ତହୁଁ 
ଭୋଟ ବ୍ୟାଙ୍କ୍ ଛଡ଼ା କିଛି ନୁହେଁ ମୁଁ (ହଁ) ।। (୨)
ଆସ ଆଜି ଆମେ କରିବା ଶପଥ 
ସ୍ଵାର୍ଥ ସ୍ଵାର୍ଥୀ ଙ୍କୁ କରିବା ହତ
ରାସ୍ତା ଥାଉ ପଛେ କଠିନ ଶତତ 
 ଲଢେଇ ଆମର ହେବ ଅବିରତ (ହଁ) ।। (୨)

©Satya Parida

ଲଢେଇ ଅବିରତ! #ଶ୍ରମିକଦିବସ #Labourday #Light

7 Love

ଗାଁ ନିର୍ବାଚନ ! ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ ଗହଳି ଚହଳି ଲାଗିଛି , କ୍ଲବ୍ ପିଲାଙ୍କ ଚିକେନ ଭୋଜିକୁ ବୋତଲ ଯେ ଖାଲି ଗଡୁଛି , ଓହୋ ଗାଁ ନିର୍ବାଚନ ଆସିଛି ହଁ ନିର୍ବାଚନ ପରା ଆସିଛି ।। ସରପଞ୍ଚ ପରା ହେଲେ ଜିଲାପାଳ କାହାର କହିଲ ନ ଭୋଇବ ଲାଳ , ଶିକ୍ଷିତ ଯୁବକ ସେ ପାଇଁ ପାଗଳ ହେଲେ ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ।। ଗାଁ ଗାଁ ପୁଣି ସଡ଼କ ଗଢ଼ିବ ସନିଆ ଭାଇ ର ଛୁଆ ଟି ପୁଣି କାଳିଆ ଘୋଡା ରେ ଚଢ଼ିବ ହଁ ମଧୁ ବାବୁ ସାଙ୍ଗେ ଲଢିବ , ଏମିତି ସ୍ଵପ୍ନ କୁ ସାକାର କରିବ ଇଞ୍ଜିନିୟର ପୁଅ ସରପଞ୍ଚ ପାଇଁ ଲଢିବ , ହଁ ସରପଞ୍ଚ ପାଇଁ ଲଢିବ। ଘର ଘର ବୁଲି ପ୍ରଚାର ତ ଏବେ ଚାଲିଛି ହେଲେ ମଜା କ'ଣ ଜମା ଆସୁଛି ଡିଜେ ଗାଡି କୁ ବା ଝୁରୁଛି କରୋନା ବା ସବୁ ସାରିଛି , ହଁ କରୋନା ବା ସବୁ ସାରିଛି।। ପାଖେଇ ଆସିଲେ ନିର୍ବାଚନ ଦିନ ଗାନ୍ଧୀ ମୁଣ୍ଡ ଖାଲି ଖୋଜିବ ମନ , ଦେଇ ଦେଇ ଯିଏ ଜିତିବ ଅଶିକ୍ଷିତ ଛାଡ଼ି ଶିକ୍ଷିତ ହେଲେ ବି ପାଞ୍ଚ ବର୍ଷ ଯାକ ଲୁଟିବ ହଁ ପାଞ୍ଚ ବର୍ଷ ଯାକ ଲୁଟିବ।। ©Satya Parida

#ସମାଜ  ଗାଁ ନିର୍ବାଚନ ! 

ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ 
ଗହଳି ଚହଳି ଲାଗିଛି , 
କ୍ଲବ୍ ପିଲାଙ୍କ ଚିକେନ ଭୋଜିକୁ 
ବୋତଲ ଯେ ଖାଲି ଗଡୁଛି , 
ଓହୋ ଗାଁ ନିର୍ବାଚନ ଆସିଛି 
ହଁ ନିର୍ବାଚନ ପରା ଆସିଛି ।। 

ସରପଞ୍ଚ ପରା ହେଲେ ଜିଲାପାଳ 
କାହାର କହିଲ ନ ଭୋଇବ ଲାଳ ,
ଶିକ୍ଷିତ ଯୁବକ ସେ ପାଇଁ ପାଗଳ 
ହେଲେ ପଞ୍ଚାୟତ ଭାଗ୍ୟ ଜାଣ  ଯେ ଉଜ୍ବଳ 
ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ।।

ଗାଁ ଗାଁ ପୁଣି ସଡ଼କ ଗଢ଼ିବ 
ସନିଆ ଭାଇ ର ଛୁଆ ଟି 
ପୁଣି କାଳିଆ ଘୋଡା ରେ ଚଢ଼ିବ 
ହଁ ମଧୁ ବାବୁ ସାଙ୍ଗେ ଲଢିବ , 
ଏମିତି ସ୍ଵପ୍ନ କୁ ସାକାର କରିବ 
ଇଞ୍ଜିନିୟର ପୁଅ ସରପଞ୍ଚ ପାଇଁ ଲଢିବ , 
ହଁ ସରପଞ୍ଚ ପାଇଁ ଲଢିବ। 

ଘର ଘର ବୁଲି ପ୍ରଚାର ତ ଏବେ ଚାଲିଛି 
ହେଲେ ମଜା କ'ଣ ଜମା ଆସୁଛି 
ଡିଜେ ଗାଡି କୁ ବା ଝୁରୁଛି 
କରୋନା ବା ସବୁ ସାରିଛି , 
ହଁ କରୋନା ବା ସବୁ ସାରିଛି।। 

ପାଖେଇ ଆସିଲେ ନିର୍ବାଚନ ଦିନ 
ଗାନ୍ଧୀ ମୁଣ୍ଡ ଖାଲି ଖୋଜିବ ମନ , 
ଦେଇ ଦେଇ ଯିଏ ଜିତିବ  
ଅଶିକ୍ଷିତ ଛାଡ଼ି ଶିକ୍ଷିତ ହେଲେ ବି 
ପାଞ୍ଚ ବର୍ଷ ଯାକ ଲୁଟିବ 
ହଁ ପାଞ୍ଚ ବର୍ଷ ଯାକ ଲୁଟିବ।।

©Satya Parida

election

7 Love

#ଚିନ୍ତାଧାରା #WeTheChange

odia #WeTheChange

57 View

Trending Topic